ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଜାତି ପ୍ରମାଣପତ୍ର

ଭୁବନେଶ୍ୱର: ଦଶମ ଶ୍ରେଣୀ ପିଲାଙ୍କୁ ସହଜରେ ମିଳିପାରିବ ଜାତି ପ୍ରମାଣପତ୍ର । ସେହିପରି ଆୟ ଓ ଆବାସିକ ପ୍ରମାଣପତ୍ର ମିଳିବା ପ୍ରକ୍ରିୟା ବି ସହଜ ହେବ । ସରକାରୀ ବୃତ୍ତି ପାଇବା ସହିତ ଉଚ୍ଚ ଶ୍ରେଣୀରେ ନାମଲେଖା ପାଇଁ ଦଶମ ଶ୍ରେଣୀ  ପିଲାଙ୍କୁ ଆବଶ୍ୟକ ହେଉଥିବା ଏହି ସବୁ ପ୍ରମାଣପତ୍ର ସହଜ ଓ ସରଳ କରିବାକୁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ପ୍ରତି ବିଦ୍ୟାଳୟକୁ ଯାଇ ରାଜସ୍ୱ ନିରୀକ୍ଷକ (ଆରଆଇ) ମାନେ କ୍ୟାମ୍ପ କରି ପିଲାମାନଙ୍କୁ ପ୍ରମାଣପତ୍ର ଯୋଗାଇବେ । ଏହି ସବୁ କ୍ୟାମ୍ପରେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ । ଜୁଲାଇ ମାସରେ ଆରଆଇମାନେ ପ୍ରତି ବିଦ୍ୟାଳୟରେ ସ୍ୱତନ୍ତ୍ର ଶିବିର କରିବେ । ଛାତ୍ରଛାତ୍ରୀମାନେ ସମସ୍ତ ତଥ୍ୟ ଓ ଡକୁ୍ୟମେଣ୍ଟ ସହିତ ଫର୍ମ ପୂରଣ କରି ସ୍ୱତନ୍ତ୍ର ଶିବିରରେ ପ୍ରଧାନ ଶିକ୍ଷକମାନଙ୍କୁ ହସ୍ତାନ୍ତର କରିବେ । ସରକାରୀ ପ୍ରକ୍ରିୟାରେ ଯଦିଓ ପ୍ରମାଣପତ୍ର ଦିଆଯିବ, ହେଲେ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଯୋଗାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ସଚିବ ।

Related Articles

Leave a Reply

Your email address will not be published.

Back to top button