ତଳକୋର୍ଟରେ ଆଗୁଆ ଖରା ଛୁଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଏକ ବଡ଼ଖବର ସାମାନାକୁ ଆସିଛି । ତାହା ହେଲା  କରୋନା ପାଇଁ ରାଜ୍ୟ ତମାମ ତଳ କୋର୍ଟରେ ଆଗୁଆ ଛୁଟି ଘୋଷଣା କରାଯାଇଛି ।  ମେ’ ୨୨ ତାରିଖ ପରିବର୍ତ୍ତେ ମେ’ ୩ ତାରିଖ ଠାରୁ ତଳ କୋର୍ଟରେ ଖରା ଛୁଟି ଘୋଷଣା କରାଯାଇଛି । ଆସନ୍ତା ମେ’ ୩ ତାରିଖ ଠାରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ତଳ କୋର୍ଟ ଛୁଟି ଘୋଷଣା କରାଯାଇଛି ।  ତଳକୋର୍ଟରେ ଆଗୁଆ ଖରା ଛୁଟି ନେଇ ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି  ମେ’ ୨୪ ପରିବର୍ତ୍ତେ ମେ’ ୩ରୁ ହାଇକୋର୍ଟରେ ମଧ୍ୟ ଖରାଛୁଟି ନେଇ ଘୋଷଣା କରାଯାଇଛି । ଫଳରେ ହାଇକୋର୍ଟ ଜୁନ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

Related Articles

Leave a Reply

Your email address will not be published.

Back to top button