ଟିକା ଅଭାବ, ବନ୍ଦ ହୋଇଗଲାଣି ୪୦୦ କେନ୍ଦ୍ର

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ   ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ରାଜ୍ୟରେ କୋଭିସିଲଡ ଟିକାର ଅଭାବ ଦର୍ଶାଇଛନ୍ତି ।  ସେ କହିଛନ୍ତି ଯେ, ରାଜ୍ୟରେ ଟିକା ଅଭାବ ଯୋଗୁଁ ୪୦୦ କେନ୍ଦ୍ର ବନ୍ଦ ହୋଇଗଲାଣି ।  ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ମେଲ ଓ ଚିଠି ହୋଇଛି । ତେବେ କିଛି ଉତ୍ତର ଆସିନି ।  ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନୁ । ୧୫ଲକ୍ଷ ଡୋଜ କୋଭିସିଲଡ ଟିକା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛୁ । ତେବେ କୋଭାକ୍ସିନ ଟିକା ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । 

Related Articles

Leave a Reply

Your email address will not be published.

Back to top button