ଜୁଲାଇ ସୁଦ୍ଧା ପ୍ରଚୁର ଟିକା

ନୂଆଦିଲ୍କୀ: କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ତେବେ ଟିକାର ଅଭାବ ଯୋଗୁଁ  ଦେଶର ଅଧିକାଂଶ ସ୍ଥାନରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।  ତେବେ ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ ବୋଲି  ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ଭାରତରେ ଟିକା ଉତ୍ପାଦନ ପ୍ରସଙ୍ଗରେ ଡାକ୍ତର ଗୁଲେରିଆ ଏହା କହିଛନ୍ତି । ସେ କହିଛନ୍ତି କୋଭିସିଲ୍ଡ ଓ କୋଭାକ୍ସିନ ସେମାନଙ୍କ ଉତ୍ପାଦନ ବଢାଉଛନ୍ତି ।  ସେରମ ଓ ଭାରତ ବାୟୋଟେକ ନୂଆ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି । ସ୍ଫୁଟନିକ-ଭି’ ବି ପ୍ରଚୁର ପରିମାଣରେ ଆସିବା  ସମ୍ଭାବନା ରହିଛି ।  ଆଉ ୨ ମାସ ମଧ୍ୟରେ ଭାରତରେ ଟିକା ପ୍ରଚୁର ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button