ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ତେବେ ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାରଙ୍କ ପଦକ୍ଷେପ  ସୁଫଳ ଦେଇଛି ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।   ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି ।ସେ କହିଛନ୍ତି ଯେ,  ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ।  ରାଜ୍ୟରେ ପୂର୍ବାନୁମାନ ଅପେକ୍ଷା ସଂକ୍ରମଣ ବହୁତ ତଳେ ରହିଛି ।  ରାଜ୍ୟରେ ଆଇସିୟୁ ଓ ଅକ୍ସିଜେନସନ ବେଡ ବଢାଇବାକୁ ଚେଷ୍ଟା ଚାଲିଛି ।  ଆମର ଟେଷ୍ଟିଂ କାପାସିଟି ବଢୁଛି, ଆମେ ଟାର୍ଗେଟେଡ ସାମ୍ପଲିଂ କରାଉଛୁ । ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାରଙ୍କ ପଦକ୍ଷେପ  ସୁଫଳ ଦେଇଛି ।  କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଅଛି । ଲକଡାଉନର ପ୍ରଭାବ ନିଶ୍ଚିତ ପଡ଼ିବ ।  ବ୍ଲାକ ଫଙ୍ଗସ ନୂଆ ରୋଗ ନୁହେଁ । ଆଗରୁ ବି ଥିଲା ।  କୋଭିଡ ରୋଗୀ, ଆଇସିୟୁ ଭଳି ସ୍ଥାନରେ ଏହା ଦେଖାଦେଉଛି କିଛି ନାହିଁ ତାହାର ଅନୁଧ୍ୟାନ କରାଯାଉଛି ।  ତୃତୀୟ ଲହର ପାଇଁ ସତର୍କ ରହି ଟ୍ରାନ୍ସମିଶନ ଚେନ ଭାଙ୍ଗିବାକୁ ପଡ଼ିବ ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button