ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗାରେ ବନ ବିଭାଗ ବାପ-ପୁଅଙ୍କୁ ଗିରଫ କରିଛି। ଏପରିକି ସେମାନଙ୍କଠାରୁ ଗୋଟିଏ ଦିଆସିଲ୍‌ ଓ ୨ଟି ଟାଙ୍ଗିଆ ଜବତ କରିଛି।

ରବିବାର ରାତିରେ ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ୪ଟି ସ୍ଥାନରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଦେଖି ବାପ-ପୁଅ ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ ଦୌଡି ପଳାଇ ଯାଇଥିଲେ। ତେବେ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କ ଘର ମାଧପୁର କଲୋନୀ ସାହିର ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button