ଛତିଶଗଡ଼ ପ୍ରଭାରୀ ହେଲେ ସପ୍ତଗିରି ଉଲାକା

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ୫ ରାଜ୍ୟ ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି। ଓଡ଼ିଶାରୁ ଲୋକସଭା ଯାଇଥିବା ସପ୍ତଗିରି ଉଲ୍ଲାକା ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଛତିଶଗଡ ପାଇଁ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ। ଏଥି ସହ ତାଙ୍କୁ ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ଅନ୍ୟ ୪ଟି ରାଜ୍ୟରେ ମଧ୍ୟ ଦଳ ପକ୍ଷରୁ ପ୍ରଭାରୀ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସେହିପରି ବିଧାୟିକା ଦିପିକୀ ପାଣ୍ଡେଙ୍କୁ ଉତ୍ତରାଖଣ୍ଡ, ସଞ୍ଜୟ ଦତ୍ତଙ୍କୁ ହିମାଞ୍ଚଳ ପ୍ରଦେଶ ସହ ତାମିଲନାଡ଼ୁ ଏବଂ ପୁଡୁଚେରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସରକାରଙ୍କ ବୈଦେଶିକ, ‌ଅର୍ଥନୀତ ଏବଂ ସୁର‍କ୍ଷା ନୀତିର ସମୀ‍କ୍ଷା ପାଇଁ ୨୦୨୦ରେ ସୋନିଆ ଗାନ୍ଧି ୩ଟି କମିଟି ଗଠନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୩ଟି ଯାକ କମିଟିର ଅଧ୍ୟକ୍ଷ ରହିଥିଲେ। ଅର୍ଥନୈତିକ ପ୍ରସଙ୍ଗରେ ଗଠିତ କମିଟିରେ ପି ଚିଦମ୍ବରମ, ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଦିଗ୍‌ବିଜୟ ସିଂହ ସଦସ୍ୟ ରହିଥିବାବେଳେ ଜୟରାମ ରମେଶ ଆବ‌ାହକ ଥିଲେ। ସେହିଭଳି ବୈଦେଶିକ ବ୍ୟାପାର କମିଟିରେ ଆନନ୍ଦ ଶର୍ମା, ଶଶୀ ଥରୁର୍‌ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ସ୍ଥାନ ମିଳିଥିଲା।

Related Articles

Leave a Reply

Your email address will not be published.

Back to top button