ଗୁହାଳରେ କୋଭିଡ କେୟାର କେନ୍ଦ୍ର

ଅହମ୍ମଦାବାଦ: ଗୁଜରାଟର ବନାସଙ୍କାଠା ଜିଲ୍ଲାରେ ଥିବା ଟେଟୋଡା ଗ୍ରାମରେ ଗୁହାଳ ମଧ୍ୟରେ ଏକ କୋଭିଡ କେୟାର କେନ୍ଦ୍ର ନିର୍ମାଣ କରାଯାଇଛି । ଶ୍ରୀ ରାଜାରାମ ଗୋଶାଳା ଆଶ୍ରମ ମଧ୍ୟରେ ଏହି କୋଭିଡ କେୟାର କେନ୍ଦ୍ର ରହିଛି । ଏଠାରେ ଗୋମୂତ୍ର ଏବଂ ଗୋଦୁଗ୍ଧରେ ପ୍ରସ୍ତୁତ ଆୟୁର୍ବେଦ ଔଷଧରେ ରୋଗୀମାନଙ୍କର ଚିକିତ୍ସା କରାଯିବ । ଏଲୋପାଥିକ ପଦ୍ଧତିରେ ଚିକିତ୍ସାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ । ଏହି କୋଭିଡ କେୟାର କେନ୍ଦ୍ରର ନାମ ‘ବେଦଲକ୍ଷଣା ପଞ୍ଚଗଣ୍ୟା ଆୟୁର୍ବେଦ’ ରଖାଯାଇଛି । ଏଠାରେ ମଧ୍ୟମ ଲକ୍ଷଣ ଯୁକ୍ତ କରୋନା ସଂକ୍ରମିତଙ୍କର ଚିକିତ୍ସା କରାଯିବ । ରୋଗୀମାନଙ୍କ ପାଇଁ ଏଠାରେ ସୁଷମ ପ୍ରାକୃତିକ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁ ବ୍ୟକ୍ତିମାନଙ୍କର ଅକ୍ସିଜେନ ସ୍ତର ୮୦ ଉପରେ ରହୁଛି କେବଳ ସେମାନେ ଏଠାରେ ଚିକିତ୍ସିତ ହେବେ ।

Related Articles

Leave a Reply

Your email address will not be published.

Back to top button