ଗଞ୍ଜାମ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ୭ ଦିନ ବନ୍ଦ

ବ୍ରହ୍ମପୁର : ସମ୍ପ୍ରତି କରୋନାର ଦ୍ୱିତୀୟ ଲହର ପାଇଁ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି  । ଗଞ୍ଜାମ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ  । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ୭ ଦିନ ପାଇଁ ବନ୍ଦ ରଖାଯାଇଛି  । ଆସନ୍ତାକାଲି ଠାରୁ ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି  ।

କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି  । ୭ ଦିନ ଧରି ଧର୍ମାନୁଷ୍ଠାନ ସାନିଟାଇଜ କରାଯିବା ସହ ରୀତିନୀତି ସବୁ ପାଳନ କରାଯିବ  । ଏହାଛଡ଼ା ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ  । ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଲଗାଯାଇଛି  ।

Related Articles

Leave a Reply

Your email address will not be published.

Back to top button