କେଜ୍ରିୱାଲଙ୍କ ‘ମେକ୍ ଇଣ୍ଡିଆ ନମ୍ବର ୱାନ୍‌’ ଅଭିଯାନ

ସ୍ୱାସ୍ଥ୍ୟସେବା, ଶିକ୍ଷା ଓ କୃଷିକୁ ଅଗ୍ରାଧିକାର

ନୂଆଦିଲ୍ଲୀ: ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାରଠାରୁ ‘ମେକ୍ ଇଣ୍ଡିଆ ନମ୍ବର ୱାନ୍‌’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଗ୍ରାଧିକାର ଦେଇଛନ୍ତି । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ ୧୯୪୭ରେ ସ୍ୱାଧୀନ ହେବାପରଠାରୁ ଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇସାରିଛି ସତ, ତେବେ ଏହା ପର୍ଯ୍ୟାପ୍ତ ନୁହେଁ । ଏପରିକି ୧୯୪୭ରେ ସ୍ୱାଧୀନତା ପାଇଥିବା ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଭାରତ ପଛରେ ରହିଯାଇଛି । ତେଣୁ ଆମକୁ ବିଶ୍ୱର ୧ ନମ୍ବର ରାଷ୍ଟ୍ରଭାବେ ପ୍ରତିପାଦିତ କରିବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି । ତେଣୁ ଦଳମତ ନିର୍ବିଶେଷରେ ଦେଶର ୧୩୦ କୋଟି ଜନତା ଏହି ଅଭିଯାନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button