କିମ୍‌ ବୁ-କ୍ୟୁମ୍‌ ଦକ୍ଷିଣ କୋରିଆର ନୂଆ ପ୍ରଧାନମନ୍ତ୍ରୀ

ସିଓଲ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ କିମ୍‌ ବୁ-କ୍ୟୁମ୍‌ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିଛନ୍ତି। ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ କିମ୍‌ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ। ୪ ଥର ଏମ୍‌ପି ହୋଇଥିବା ତଥା ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା  କିମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ରୂପେ ବଛାଯାଇଛି। ସେ ଆଞ୍ଚଳିକବାଦ ବିରୋଧୀ, ସାମାଜିକ ସଂସ୍କାର ଓ ଜାତୀୟ ଏକତା ପ୍ରତି ନିଜକୁ ସମର୍ପିତ କରିଥିବା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ କେତେକ ମନ୍ତ୍ରାଳୟର ମନ୍ତ୍ରୀଙ୍କୁ ମଧ୍ୟ ବଦଳାଯାଇଛି। ଶାସକ ଡେମୋକ୍ରାଟିକ୍‌ ପାର୍ଟିକୁ ଗତ ସପ୍ତାହରେ ମେୟର ନିର୍ବାଚନରେ ଝଟ୍‌କା ଲାଗିବା ପରେ ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଚୁଙ୍ଗ୍‌ ସ୍ୟେ-କ୍ୟୁନ୍‌ଙ୍କ ସ୍ଥାନରେ କିମ୍‌ଙ୍କୁ ଅବସ୍ଥାପିତ କରାଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଚୁଙ୍ଗ୍‌ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି।

Related Articles

Leave a Reply

Your email address will not be published.

Back to top button