କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌

ନୂଆଦିଲ୍ଲୀ: କରୋନା ଆଉ ଏକ ବଡ ମୁଣ୍ଡ । ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀ ।କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ସୋରାବ୍‌ଜୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଖ୍ୟାତନାମା ଓକିଲ ସୋଲି ସୋରାବ୍‌ଜୀଙ୍କୁ ୯୧ ବର୍ଷ ହୋଇଥିଲା।୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ସୋଲି ସୋରାବ୍‌ଜୀଙ୍କୁ ସୁପ୍ରିମ୍‌ କୋର୍ଟ ୧୯୭୧ ମସିହାରେ ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ କରାଇଥିଲେ। ଏହାପରେ ସେ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ନିଯୁକ୍ତି ପାଇଥିଲେ। ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ସେ ପ୍ରଥମେ ୧୯୮୯-୯୦ ଏବଂ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ବ୍ୟତିରେକେ, ମାନବୀୟ ଅଧିକାର ନିମନ୍ତେ ନିଷ୍ଠା ଥିବାରୁ ୧୯୯୭ରେ ସେ ନାଇଜେରିଆ ପାଇଁ ଜାତିସଂଘର ସ୍ବତନ୍ତ୍ର ‘ରାପୋ‌ର୍ଟର୍‌’ ଭାବେ ନିଯୁକ୍ତି ପାଇଥିଲେ। ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ହଗ୍‌ସ୍ଥିତ ଜାତିସଂଘ ବିଶ୍ବ ଅଦାଲତର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

Related Articles

Leave a Reply

Your email address will not be published.

Back to top button