କରୋନା ପାଇଁ ଫିକା ପଡ଼ିଲା ରାମ ନବମୀ

ଭୁବନେଶ୍ୱର : ଆଜି ପବିତ୍ର ରାମ ନବମୀ | ଚୈତ୍ର ମାସ ଶୁକ୍ଲ ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ | ଏହି ଦିନରେ ମର୍ଯ୍ୟାଦାପୁରୁଷ ପ୍ର‍ଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିବା ହେତୁ ଆଜିର ଦିନଟିକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ |ରାମ ନବମୀ ଅବସରରେ ଦୀର୍ଘ ୯ ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପୂଜା ପାଠ କରାଯାଏ | ରାମଚରିତ ମାନସ ପାଠ କରାଯାଏ ଯାହାକୁ ଶୁଣିବାକୁ କେଉଁ ଦୂର ଦୂରାନ୍ତରୁ ଲୋକେ ମନ୍ଦିର ଆସି ରାମଙ୍କୁ ଦର୍ଶନ ସହ ଶ୍ରବଣ କରିକି ଯାନ୍ତି | ହେଲେ କରୋନା ପାଇଁ ଏଥର ଫିକା ପଡିଲା ରାମ ନବମୀ |

ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବା ପାଇଁ ବାରଣ ହୋଇଥିବାରୁ ଯାହା କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ରାଜ୍ୟ ସରକାର ଲାଗୁ କରିଥିବା କୋଭିଡ୍ କଟକଣାକୁ ମାନି ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ | ସମସ୍ତ ରୀତିନୀତି ଅନୁସାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ କିନ୍ତୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି |

Related Articles

Leave a Reply

Your email address will not be published.

Back to top button