କଟକରେ ଏନ୍‌କାଉଣ୍ଟର

କଟକ: କଟକରେ ଗତକାଲି ଏନ୍‌କାଉଣ୍ଟର ହୋଇଛି । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଆହତ ହୋଇଛି । ବାବୁର ଘର ବକ୍ସିବଜାର ପେନ୍‌ସନ୍‌ ଲେନ୍‌ରେ । ବାବୁ ହେଉଛି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ସକିଲ୍‌ର ସହଯୋଗୀ । ତା’ର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଛି । ଆହତ ପରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସେକ୍‌ ବାବୁ ହେଉଛି ସକିଲ୍‌ର ସହଯୋଗୀ । ଗତ ୨୦୧୯ ମସିହାରେ ବକ୍ସିବଜାର ଛକରେ ଥିବା ଏକ ଖେଳ ସାମଗ୍ରୀ ଦୋକାନଠାରୁ ବଟି ଆଦାୟ କରିବା ଘଟଣାରେ ବାବୁର ହାତ ଥିଲା । ଏହି ଘଟଣାରେ ସକିଲର ବହୁ ସହଯୋଗୀ ଏପରିକି ପରିବାର ଲୋକ ଓ ପ୍ରେମିକା ବି ଗିରଫ ହୋଇଥିଲେ । ମାତ୍ର ଘଟଣା ପରଠାରୁ ବାବୁ ଫେରାର ଥିଲା । ତାକୁ ଦରଘାବଜାର ଥାନା ପୁଲିସ ଖୋଜୁଥିଲା ।ଗତକାଲି  ସେ ଭୁବନେଶ୍ୱରର ଚନ୍ଦକାରୁ କଟକ ଅଭିମୁଖେ ଚନ୍ଦକା-ବାରଙ୍ଗ ରୋଡ୍‌ରେ ଆସୁଥିବା ନେଇ ଦରଘାବଜାର ଥାନା ପୁଲିସକୁ ଖବର ମିଳିଲା । ଏହାପରେ ପୁଲିସ ଟିମ୍‌ ସେହି ରାସ୍ତା ଅଭିମୁଖେ ବାହାରିଗଲା । ସେହି ରାସ୍ତାରେ ବାବୁକୁ ଦେଖି ପୁଲିସ ଟିମ୍‌ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ ଅଟକି ନଥିଲା । ପାଲଟା ନିଜ ଆକ୍ଟିଭା ଗାଡ଼ି ରୋକି ଦେଇ ପାଖରେ ଥିବା ଏକ ମାଉଜରରୁ ଅଚାନକ ପୁଲିସ ଟିମ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିଟି ସୌଭାଗ୍ୟବଶତଃ ପୁଲିସ କର୍ମୀଙ୍କ ଦେହରେ ବାଜିନଥିଲା । ଏହାର ଜବାବ୍‌ ପୁଲିସ ତୁରନ୍ତ ଦେଇଥିଲା । ପୁଲିସ ଚଲାଇଥିବା ଗୋଟିଏ ରାଉଣ୍ଡ ଗୁଳି ବାବୁର ବାମଗୋଡ଼ ଆଣ୍ଠୁ ପାଖରେ ବାଜିଥିଲା । ଫଳରେ ବାବୁ ତଳେ ପଡ଼ିଯାଇଥିଲା । ଏହାପରେ ପୁଲିସ ଟିମ୍‌ ତାକୁ କାବୁ କରି ନେଇ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

Related Articles

Leave a Reply

Your email address will not be published.

Back to top button