କଂଗ୍ରେସ ସାଂସଦ ରାଜୀବ ସତାବଙ୍କ ପରଲୋକ

ପୁଣେ: କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାବ ପୁଣେର ଏକ ହସ୍ପିଟାଲରେ ରବିବାର ସକାଳେ ପ୍ରାଣ ହରାଇଛନ୍ତି। ନିମୋନିଆରେ ମଲ୍ଟି ଅର୍ଗାନ କାମ ନ କରିବାରୁ ତାଙ୍କ ମୃତ୍ୟୁ ଘଟିଛି ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୨୩ ତାରିଖରେ ସତାଭ କୋଭିଡ ଆକ୍ରାନ୍ତ ହୋଇ ପୁଣେର ଜେହାନଗରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କିଛି ଦିନର ଚିକିତ୍ସା ପରେ ସତାଭ ମେ’ ୯ ତାରିଖରେ କୋଭିଡ ନେଗେଟିଭ ହୋଇଥିଲେ। ମାତ୍ର ପୋଷ୍ଟ କୋଭିଡ ଚିକିତ୍ସା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ହୋଇଥିଲା। ଶେଷରେ ରବିବାର ସକାଳେ ସତାବ ମାତ୍ର ୪୬ ବର୍ଷ ବୟସରେ ପରଲୋକ ବରଣ କରିଛନ୍ତି। ସତାବଙ୍କ ପରଲୋକରେ ଉପରାଷ୍ଟ୍ରପତି ଭେଙ୍କୈୟା ନାୟୁଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ବହୁ ବରିଷ୍ଠ କଂଗ୍ରେସ ନେତା ସତାବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସତାବ ପୂର୍ବରୁ ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଭାରତୀୟ ଯୁବ କଂଗ୍ରେସର ସଭାପତି ଭାବେ ବି କାମ କରିଥିଲେ। ଏବେ ସେ ଗୁଜରାଟ କଂଗ୍ରେସ ଦାୟିତ୍ବରେ ରହିଥିଲେ।

Related Articles

Leave a Reply

Your email address will not be published.

Back to top button