ଔଷଧ ଜଗିବେ ୨୩ ଫ୍ଲାଇଂ ସ୍କ୍ୱାଡ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଔଷଧର କଳାବଜାରୀ ଆରମ୍ଭ ହୋଇଛି ।  ଏହି କଳାବଜାରକୁ ଚେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।  ରାଜ୍ୟରେ ଜରୁରୀ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବାକୁ ସ୍କ୍ୱାଡ ଗଠନ କରାଯାଇଛି ।  ସାରା ରାଜ୍ୟ ପାଇଁ  ୨୩ଟି ସ୍କ୍ୱାଡ ଗଠନ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି । କଟକ ଓ ଭୁବନେଶ୍ୱର ପାଇଁ ୭ଟି ଓ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ଟି ସ୍କ୍ୱାଡ ଗଠନ କରାଯାଇଛି ।  ଯେଉଁମାନେ କଳାବଜାର କରୁଥିବେ ସେମାନଙ୍କ ବିରୋକରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଳାବଜାର ରୋକିବାକୁ ଗଠିତ ରାଜ୍ୟସ୍ତରୀୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button