ଓଡିଶାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ଓଡ଼ିଶାରେ ପହଁଚିଛି ମୌସୁମୀ  । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି  । ଆଗାମୀ ୪୮ ଘଂଟା ମଧ୍ୟରେ ସାରା ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଛୁଇଁଯିବ ବୋଲି ଆକଳନ କରାଯାଇଛି  । ଆଇଏମଡ଼ିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି  । ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ବର୍ଷା ହୋଇଛି  । ଦୁଇଦିନ ଭିତରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେବ  । ସେହିପରି ୧୧ରୁ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି  । ଗାଏମୋଟ ଦେଖିଲେ ଏଥର ରଜକୁ ବର୍ଷା ପୂରା ଭିଜେଇଦେବାର ସମ୍ଭାବନା ଅଛି  । ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ପଶିବାର ସମ୍ଭାବନା ଥିବାରୁ ଏନେଇ ପ୍ରଶାସନିକସ୍ତରରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି  । କେତେକ ସ୍ଥାନରେ ଭୂସ୍ଖଳନର ବି ଆଶଙ୍କା ରହିଛି  । ତେଣୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସଆରସି ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି  ।

Related Articles

Leave a Reply

Your email address will not be published.

Back to top button