ଓଡ଼ିଶା ଲାଗି ୧୦ ପ୍ରସ୍ତାବ ଦେଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ୧୦ଟି ପ୍ରସ୍ତାବ ଦେଇଛନ୍ତି ।  ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ, ଅଧିବେଶନ କାଳରେ ବିଭିନ୍ନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛି ।  ଆଲୋଚନା ସହ ଓଡ଼ିଶା ଲାଗି ୧୦ଟି ପ୍ରସ୍ତାବ ଦେଇଛି ।  ୫ଟି ମନ୍ତ୍ରଣାଳୟକୁ ୧୦ଟି ପ୍ରସ୍ତାବ ଦେଇଥିବା ଅପରାଜିତା କହିଛନ୍ତି ।  ତନ୍ମଧ୍ୟରୁ  ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ୨ଟି ପ୍ରସ୍ତାବ ଦିଆଯାଇଥିବାବେଳେ  ଶ୍ରମ ମନ୍ତ୍ରଣାଳୟକୁ ଗୋଟିଏ,  ପରିବହନ ମନ୍ତ୍ରଣାଳୟକୁ ୨, ବିତ୍ତ ମନ୍ତ୍ରଣାଳୟକୁ ୩ ଓ ରେଳ ମନ୍ତ୍ରଣାଳୟକୁ ୨ଟି ପ୍ରସ୍ତାବ ଦେଇଥିବା ଅପରାଜିତା କହିଛନ୍ତି । ପ୍ରକାଶ  ଯେ, ଭୁବନେଶ୍ୱରରେ ‘ଉରଜିତ’ କ୍ଲଷ୍ଟର ସ୍ଥାପନ ପାଇଁ ଅପରାଜିତା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପ୍ରସ୍ତାବ ଦେଇଛନ୍ତି ।  ଭୁବନେଶ୍ୱରରେ ସେଣ୍ଟର ଅଫ ଏକ୍ସେଲେନ୍ସ ଫର ମାରାଇନ ବାୟୋଟେକ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।  ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବିନେଇ ବିତ୍ତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଫ୍ଲାଇ ଓଭର ନେଇ ସାଂସଦ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।  ଭୁବନେଶ୍ୱର ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ସ୍ୟାଟେଲାଇଟ ଷ୍ଟେସନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।  ଖୋର୍ଦ୍ଧାର ତାପଙ୍ଗ ଛକ ଓ ପାଲତୋଟାପଡ଼ାରେ ଭେହିକିଲ ଅଣ୍ଡରପାସ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।  ସେହିପରି ଅନ୍ଧାରୁଆର ଜଗନ୍ନାଥ ପ୍ରସାଦରେ ଏକ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ମଧ୍ୟ ଅପରାଜିତା ଷଡ଼ଙ୍ଗୀ ପ୍ରସ୍ତବା ଦେଇଛନ୍ତି । 

Related Articles

Leave a Reply

Your email address will not be published.

Back to top button