ଏବେ ହେବନି ପିପିଲି ଉପନିର୍ବାଚନ

ଭୁବନେଶ୍ୱର : ଏବେ ପିପିଲି ଉପନିର୍ବାଚନ ହେବନାହିଁ  । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଛି  । ଗତ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିଲା  । କିନ୍ତୁ ହଠାତ କରୋନାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହେବାର ପିପିଲି ଉପନିର୍ବାଚନ ଘୁଂଚି ଯାଇଥିଲା  । ଆସନ୍ତା ମେ’ ୧୬ରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା  । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଓଡ଼ିଶାରେ ଲକଡାଉନ ଘୋଷଣା କରାଯାଇଛି  । ଅନ୍ୟ ରାଜ୍ୟରେ ବି ଅନୂରୂପ ସ୍ଥିତି ସୃଷ୍ଟିହୋଇଛି  । ଏହାକୁ ଲକ୍ଷ୍ୟ କରି ନିର୍ବାଚନ କମିଶନ ଓଡ଼ିଶାର ପିପିଲି ଓ ପଶ୍ଚିମବଙ୍ଗର ଜଙ୍ଗୀପୁର ଓ ସାମସେରଗଞ୍ଜ ବିଧାନସଭା ନିର୍ବାଚନ ସ୍ଥଗିତ ରଖିଛନ୍ତି  । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସିଇଓଙ୍କ ସହ ଏନେଇ ନିର୍ବାଚନ କମିଶନ ଆଲୋଚନା କରିଥିଲେ  । କରୋନା ମହାମାରୀ ବ୍ୟାପୁଥିବାରୁ ନିର୍ବାଚନ ଘୁଂଚାଇ ଦିଆଯାଇଛି  । ସ୍ଥିତିରେ ସୁଧାର ଆସିବା ପରେ ପରବର୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି  । ସୂଚନାଯୋଗ୍ୟଯେ, କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ସ୍ଥଗିତ ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ତେବେ ଆସନ୍ତା ୫ରୁ ସାରା ରାଜ୍ୟରେ ଲକଡାଉନ କରାଯାଇଥିଲେ ବି ପିପିଲି ଉପନିର୍ବାଚନ ପ୍ରକ୍ରିୟା ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା  ।

Related Articles

Leave a Reply

Your email address will not be published.

Back to top button