ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ନବୀନ
ଭୁବନେଶ୍ୱର : ଆକାଶମାର୍ଗରୁ ବାତ୍ୟା ‘ୟାସ’ ଜନିତ କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ସେ ହେଲିକପ୍ଟରରେ ସ୍ଥିତି ପରଖିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପରବର୍ତୀ ସମୀକ୍ଷା କରିବା ସହ ତୁରନ୍ତ ୭ ଦିନ ରିଲିଫ ଯୋଗାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଅପରପକ୍ଷରେ ବାତ୍ୟା କ୍ଷୟକ୍ଷତି ଆକଳନ କରାଯାଉଥିବାବେଳେ ଏହାପରେ ଅନ୍ୟ ସହାୟତା ଘୋଷଣା କରାଯିବ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିବେ । ବାତ୍ୟା ‘ୟାସ’ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ସେ ସମୀକ୍ଷା କରିବେ ବୋଲି ଜାଣିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ । ପ୍ରଥମେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚି ବାତ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବେ । ପରେ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ସେ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ।