ଆଇଭରମେକ୍ଟିନ ଆଦୌ ସୁରକ୍ଷିତ ନୁହେଁ: ‘ହୁ’

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଏବେ ସାରା ବିଶ୍ୱରେ କୌଣସି ଅବ୍ୟର୍ଥ ଔଷଧ ଉପଲବ୍ଧ ନାହିଁ । ଏଭଳି ସ୍ଥିତିରେ ଭୁଲ ଔଷଧ ପ୍ରୟୋଗ ରୋଗୀ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ସୋମବାର ଗୋଆ ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ‘ଆଇଭରମେକ୍ଟିନ’ ଔଷଧ ବ୍ୟବହାର ପାଇଁ ମଞ୍ଜୁରି ଦେଇଥିଲେ । ତେବେ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ହୁ)ର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ଏବଂ କରୋନା ଚିକିତ୍ସା ପାଇଁ ଏହାର ପ୍ରୟୋଗ କରାଯିବା ଉଚିତ ନୁହେଁ ।

ଏହି ଔଷଧର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ବୋଲି ସେ ଚେତାଇ ଦେଇଛନ୍ତି । ଅନ୍ୟପକ୍ଷରେ ବିଶ୍ୱର ସର୍ବାଧିକ କୋଭିଡ କ୍ଷତିଗ୍ରସ୍ତ ଆମେରିକା ଓ ୟୁରୋପୀୟ ଦେଶସମୂହ ସମେତ ବିଭିନ୍ନ ସ୍ଥାନରେ ନୂଆ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ପରିପ୍ରେକ୍ଷୀରେ ବିଶ୍ୱରେ କୋଭିଡ ନକ୍ସା ସମତଳ ଆଡ଼କୁ ଗତି କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ ଘେବ୍ରେୟେସେସ କହିଛନ୍ତି । ଭାରତୀୟ ପ୍ରଜାତି ଭୂତାଣୁ ବିରୋଧରେ କୋଭିଡ ଟିକା କାମ ଦେଉଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button