ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି  । ଆସନ୍ତା ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ ସବିଶେଷ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ  । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ୨ଟି ସଂସଦୀୟ କ୍ଷେତ୍ର ଓ ୧୪ଟି ବିଧାନସଭା କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ୨୩ରେ ଏହି ସବୁ ଆସନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ  । ମାର୍ଚ୍ଚ ୩୦ରେ ନାମାଙ୍କନ ପତ୍ର ପ୍ରକ୍ରିୟା ଆରମ୍ଭ ହେବ  । ସେହିପରି ୩୧ରେ ନାମାଙ୍କନ ପତ୍ର ଯାଂଚ କରାଯିବ  । ଅପ୍ରେଲ ୩ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି  । ଅପ୍ରେଲ ୧୭ରେ ନିର୍ବାଚନ ହେବାର ଥିବାବେଳେ ମେ’ ୨ରେ ଭୋଟ ଗଣତି ହେବ  ।

 

Related Articles

Leave a Reply

Your email address will not be published.

Back to top button