ଅଡ଼ୁଆରେ ବାବା ରାମଦେବ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାମଦେବ ଏଲୋପାଥିକୁ ଏକ ମୁର୍ଖତାପୂର୍ଣ୍ଣ ଏବଂ ଦେବାଳିଆ ବିଜ୍ଞାନ ବୋଲି କହିଥିବା ସଂକ୍ରାନ୍ତ ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ଇଣ୍ଡିଆନ ମେଡିକାଲ ଏସୋସିଏସନ (ଆଇଏମଏ) ଜୋରଦାର ବିରୋଧ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ରାମଦେବଙ୍କ ବିରୋଧରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତକ୍ରାଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ମାମଲାରେ ରାମଦେବଙ୍କୁ ଆଇଏମଏ ପକ୍ଷରୁ ଲିଗାଲ ନୋଟିସ ମଧ୍ୟ ପଠାଯାଇଛି । ରାମଦେବ ତୁରନ୍ତ କ୍ଷମା ମାଗିବାକୁ ଦାବି କରାଯାଇଛି । ଏହି ଭିଡିଓରେ ରାମଦେବ ଏଲୋପାଥି ଚିକିତ୍ସାର କୁଆଡେ଼ ସମାଲୋଚନା କରି କହିଥିଲେ ଯେ କରୋନା ସଂକଟରେ ଯେତେ ଲୋକ ମରିଛନ୍ତି ତା ଠାରୁ ଅଧିକ ରୋଗୀ ଏଲୋପାଥି ଚିକିତ୍ସାରେ ପ୍ରାଣ ହରାଇଛନ୍ତି । ତେବେ ପତଞ୍ଜଳି ଯୋଗ ପୀଠ ପକ୍ଷରୁ ଏକ ବୟାନରେ ସ୍ପଷ୍ଟ କରାଯାଇଛି ଯେ ରାମଦେବ ଡାକ୍ତର ଏବଂ ମେଡିକାଲ କର୍ମୀଙ୍କୁ ବହୁତ ସମ୍ମାନ କରନ୍ତି । ସେ ଆଧୁନିକ ଚିକିତ୍ସା ବିଜ୍ଞାନକୁ ମଧ୍ୟ କେବେ ବି ବିରୋଧ କରି ନାହାନ୍ତି । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ନିରର୍ଥକ ବୋଲି ଏହି ବୟାନରେ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button