ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ

ଓ୍ବାଶିଂଟନ୍‌: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଖୁବ୍‌ ହାନିକାରକ। ଏହି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍‌ ଚୁଲା ବନ୍ଦ କରିବାକୁ ହେଉଛି ଜୋରଦାର ଦାବି। ଏମିତିକି ସଂସଦରେ ମଧ୍ୟ ଗ୍ୟାସଚୁଲା ବନ୍ଦ କରିବାକୁ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି କିି, ଗ୍ୟାସଚୁଲା ବ୍ୟବହାର ଦ୍ୱାରା ପିଲାଙ୍କ ଠାରେ ଆସ୍ଥାମା ଦେଖାଯାଉଛି। ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗର କମିଶନର ରିଚାର୍ଡ ଟୁମକା ଜାନୁଆରୀରେ ଏକ ବିବୃତ୍ତିରେ କହିଥିଲେ ଯେ, ଗ୍ୟାସଚୁଲା ବ୍ୟବହାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ସ୍ଥିର କରାଯିବ। ଭବିଷ୍ୟତରେ ଗ୍ୟାସଚୁଲାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ, ଭାରତର ସହରାଞ୍ଚଳର ୮୮.୬ପ୍ରତିଶତ ପରିବାର ରୋଷେଇ ପାଇଁ ଗ୍ୟାସ ବ୍ୟବହାର କରୁଥିବାବେଳେ ମାତ୍ର ୪୨ପ୍ରତିଶତ ଗ୍ରାମାଞ୍ଚଳର ପରିବାର ଗ୍ୟାସ ବ୍ୟବହାର କରନ୍ତି। ସେହିପରି ଆମେରିକାର ୩୫ ପ୍ରତିଶତ ଘରେ ଗ୍ୟାସଚୁଲା ବ୍ୟବହାର କରାଯାଏ। ଏଭଳି ପରିସ୍ଥିତିରେ ନିଷେଧାଦେଶ ଖବରକୁ ବିରୋଧ କରାଯାଉଛି। ଗ୍ୟାସ୍‌ ଚୁଲାରେ ପ୍ରତିବନ୍ଧକ ଲାଗିଲେ ଆମେରିକାର ରେଷ୍ଟୁରାଣ୍ଟ ହୋଟେଲ୍‌ ବ୍ୟବସାୟ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି। ପାଞ୍ଚ ଦଶକ ପୂର୍ବରୁ ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ବିଶେଷଜ୍ଞମାନେ ୫୦୦୦ହଜାର ପରିବାରକୁ ନେଇ ଏକ ସର୍ଭେ କରିଥିଲେ। ଯେଉଁଥିରେ ଜଣାପଡିଥିଲା କି, ଏହି ଗ୍ୟାସଚୁଲା ଦ୍ୱାରା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଏବଂ ପିଏମ୍‌ ୨.୫ ପରି ବିଷାକ୍ତ କଣିକା ନିର୍ଗତ ହୋଇଥାଏ। ଯାହାଦ୍ୱାରା ଶ୍ୱାସରୋଗ କିମ୍ବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ। ବିଶେଷଜ୍ଞଙ୍କନୁସାରେ ଗ୍ୟାସଚୁଲା ବିକଳ୍ପ ଭାବେ ଆମେ ଇଣ୍ଡକ୍ସନ ଚୁଲା ବ୍ୟବହାର କରିପାରିବା। ଏଥିରୁ କ୍ଷତିକାରକ ଗ୍ୟାସ ନିର୍ଗତ ହୋଇ ନ ଥାଏ। ଆମେରିକାରେ ମୁଦ୍ରାସ୍ଫୀତି ହ୍ରାସ ଅଧିନିୟମ ଅନୁଯାୟୀ, ଯେଉଁମାନେ ଗ୍ୟାସ ଚୁଲା ବଦଳରେ ଇଲେକ୍ଟ୍ରିକ୍‌ ଚୁଲା କିଣୁଛନ୍ତି ସେମାନଙ୍କ ପାଇଁ ୮୪୦ ଡଲାର ଅର୍ଥାତ୍‌ ୬୮,୦୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ କରିବାର ବ୍ୟବସ୍ଥା ରହିଛି। ଏହି ଚୁଲା କିଣିବା ପାଇଁ ସବସିଡି ମଧ୍ୟ ଦିଆଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୨.୭ପ୍ରତିଶତ ଆସ୍ତମା ଆମେରିକୀୟ ପିଲାଙ୍କୁ ଗ୍ୟାସ ଚୁଲା ଯୋଗୁ ହୋଇଥାଏ। ସମୁଦାୟ ୬.୫ନିୟୁତ ଆମେରିକୀୟ ପିଲା ଗ୍ୟାସ ଚୁଲା ଦ୍ୱାରା ଆସ୍ତମା ରୋଗରେ ପୀଡିତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button