ମାନସିକ ଅବସାଦ

ଡିପ୍ରେସନ ବା ମାନସିକ ଅବସାଦ ଏପରି ଏକ ରୋଗ ଯାହା ଆଜିର ଦୁନିଆରେ ଏକ ସାଧାରଣ ରୋଗରେ ପରିଣତ ହୋଇଛି । ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଭାରତ ନୁହେଁ ସାରା ବିଶ୍ୱ ଏବେ ରୋଗରେ ଆକ୍ରାନ୍ତ । ଏହା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ, ଏହାର ଲକ୍ଷଣ ଏବଂ ନିରାକରଣ ଉପରେ ଚାଲନ୍ତୁ ଜାଣିବା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

– ୨୦୨୨ରେ ଦେଶରେ ୫ କୋଟିରୁ ଅଧିକ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ।
– ବିଶ୍ୱରେ ୨୮୦ ମିଲିଅନ୍ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ।
– ମୋଟ ଜନସଂଖ୍ୟାର ୩.୮ ପ୍ରତିଶତ ମାନସିକ ଅବସାଦରେ ଆକ୍ରାନ୍ତ।
– ଭାରତରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରହିଛନ୍ତି।
– ଦେଶରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।
– ତାମିଲନାଡୁ, କେରଳ, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡି଼ଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।
– ଛୋଟ ପିଲାମାନେ ମଧ୍ୟ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ।
– ୧୫ରୁ ୨୯ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।
– ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣ ସାଇକାଟ୍ରିକ ଡାକ୍ତର ରହିଛନ୍ତି।

ମାନସିକ ଅବସାଦର ଲକ୍ଷଣ

-ଭଲ ନିଦ ନହେବା
-ଭୋକ ନଲାଗିବା
-ନିଜକୁ ଦୋଷୀ ଅନୁଭବ କରିବା
-ସବୁବେଳେ ଦୁଃଖୀ ଅନୁଭବ କରିବା
-ଆତ୍ମବିଶ୍ୱାସ ହରାଇବା
-ଥକାପଣ ଓ ଚାପରେ ରହିଥିବା ଅନୁଭବ ହେବା
-ଉତ୍ସାହ କମିଯିବା କିମ୍ବା ଶାରୀରିକ ଅସ୍ଥିରତା ଦେଖାଦେବା
-ଏକାଗ୍ରତା ହ୍ରାସ ପାଇବା
-ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା
-କୌଣସି କାର୍ଯ୍ୟରେ ଆଗ୍ରହ ନ ଦେଖାଇବା

କେମିତି କରିବେ ମୁକାବିଲା :-

-ବିଭିନ୍ନ ଲୋକଙ୍କ ସହ କଥା ହୁଅନ୍ତୁ।
-ସାଙ୍ଗମାନଙ୍କ ସହିତ ମିଶନ୍ତୁ।
-ସୁଆଦିଆ ଖାଦ୍ୟ ଖାଆନ୍ତୁ।
-ପ୍ରତିଦିନ ବ୍ୟାୟାମ କରନ୍ତୁ।
-ଅନ୍ତର୍ନିହତ ଗୁଣକୁ ପରିପ୍ରକାଶ କରନ୍ତୁ।
-ନକାରାତ୍ମକ ଲୋକଙ୍କଠୁ ଦୂରେଇ ରୁହନ୍ତୁ।
-ନିଜ କାମର ସମୀକ୍ଷା କରନ୍ତୁ।
-ନିୟମିତ ଛୁଟି ନିଅନ୍ତୁ।
-ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ
-ନିଜ ପସନ୍ଦର ଗୀତ ଶୁଣନ୍ତୁ
-ପୁରୁଣା କଥା ଭାବନ୍ତୁ ନାହିଁ

Related Articles

Leave a Reply

Your email address will not be published.

Back to top button