ଅଧାଵାଟରେ ସ୍ୱାବଲମ୍ବୀ ଓଡ଼ିଶାର ସ୍ୱପ୍ନ: ପିପିପିରେ ତାଲିମ୍ ୫୯,୯୫୩, ନିଯୁକ୍ତି ମାତ୍ର ୧୯,୨୯୫

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ଆତ୍ମନିର୍ଭରଶୀଳ ପାଇଁ  ‘ସ୍ୱାବଲମ୍ବୀ ଓଡ଼ିଶା’ର ସ୍ୱପ୍ନ ଦେଖିଥିବା  ରାଜ୍ୟ ସରକାର ପ୍ରାୟ ଏକ ଦଶନ୍ଧୀ ପୂର୍ବରୁ ଦକ୍ଷତା ବିକାଶ ଅଭିଯାନ ଆରମ୍ଭ କରିଛନ୍ତି । ଗଢ଼ିଉଠିଥିବା ଶିଳ୍ପରେ ବିଭିନ୍ନ କ୍ଷେତ୍ରକୁ ଚୟନ କରି କୂଶଳୀ ବ୍ୟକ୍ତିଙ୍କୁ ନିୟୋଜନ ଲକ୍ଷ୍ୟରେ ‘ଦକ୍ଷତା ମିଶନ’ ବି ଗଠନ ହୋଇଛି । ସରକାରୀ-ଘରୋଇ ସହଭାଗୀତା (ପିପିପି)ରେ ନିଯୁକ୍ତିଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ ଚାଲୁରହିଛି। ୨୦୨୩-୨୪ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ଯୁବକଙ୍କୁ ବାର୍ଷିକ ୩ ଲକ୍ଷ ଟଙ୍କା ମିଳିବା ନେଇ ଲକ୍ଷ ଧାର୍ଯ୍ୟ ହୋଇଥିଲା I ହେଲେ ‘ଦେଉଳକୁ ମୁଖଶାଳା’ ଗିଳିଲା ପରି ବ୍ୟୟ ଓ ଦକ୍ଷତା ତାଲିମ ତୁଳନାରେ ନିଯୁକ୍ତି ସମ୍ଭବ ହୋଇପାରି ନାହିଁ I ବିଗତ ତିନି ବର୍ଷରେ ମାତ୍ର  ୨୧,୪୧୯ ବେକାରୀଙ୍କୁ ନିଯୁକ୍ତି ମିଳିଛି I ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ  ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୨-୨୩ରୁ ୨୦୧୮-୧୯ ପର୍ଯ୍ୟନ୍ତ ପ୍ରଜେକ୍ଟ ଇମ୍ପ୍ଲିମେଣ୍ଟିଙ୍ଗ ଏଜେନ୍ସି (ପିଆଇଏ) ଓଡ଼ିଶାରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ‘ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମ୍‌ଆଇ)ର ସର୍ଭେ ରିପୋର୍ଟ ଅନୁସାରେ ଗତ ଏପ୍ରିଲ ୨୦୨୦ ସୁଦ୍ଧା ପୂର୍ବପେକ୍ଷା ୧୦.୭ ପ୍ରତିଶତ ବେକାରୀ ସଂଖ୍ୟା ବଢ଼ିଛି । ଥିଲା ୧୩.୧ ପ୍ରତିଶତ, ହୋଇଛି ୨୩.୮ ପ୍ରତିଶତ । ପ୍ରାୟ ୧୦.୫ ଲକ୍ଷ ପଞ୍ଜିକୃତ ବେକାର ଯୁବକଯୁବତୀ ଚାକିରି ପାଇଁ ଅପେକ୍ଷା କରି ହତାଶ୍ ହୋଇଛନ୍ତି । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଆତ୍ମନିର୍ଭରଶୀଳ ନିମନ୍ତେ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିଛନ୍ତି । କ୍ଷେତ୍ର ଅନୁଯାୟୀ ଦକ୍ଷତା ମିଶନ ଜରିଆରେ ତାଲିମ ପାଠ୍ୟକ୍ରମ ସ୍ଥିର ହୋଇଛି । ସେଗୁଡ଼ିକ ହେଉଛି କୃଷି, ଅଟୋ ମୋବାଇଲ, ପ୍ଲାଷ୍ଟିକ୍‌, ହୋଟେଲ, ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ, ସୁରକ୍ଷା, ବିଦ୍ୟୁତ ଉତ୍ପାଦନ, ନିର୍ମାଣ ଓ ଇଲେଟ୍ରୋନିକ୍ସ ଇତ୍ୟାଦି ।
ରାଜ୍ୟ ସରକାର ୨୦୧୪-୧୫ ଆର୍ଥକ ବର୍ଷରେ ‘ଚିଫ୍ ମିନିଷ୍ଟର ଏମ୍ଲୟମେଣ୍ଟ ଜେନେରେସନ ପ୍ରୋଗ୍ରାମ’ (ସିଏମ୍‌ଇଜିପି) ନାମରେ ଏକ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ୨୦୧୪-୧୫ ଠାରୁ ୨୦୨୧-୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ସମୁଦାୟ ୧୪,୭୫,୩୭୯ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ସୁଯୋଗ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ଉନ୍ନୟନ ବିଭାଗଗୁଡ଼ିକ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରୁ ପ୍ରାପ୍ତ ଆର୍ôଥକ ସହାୟତାରେ ନିର୍ଦ୍ଦିଷ୍ଟବର୍ଗର ପ୍ରାର୍ଥୀଙ୍କୁ ତାଲିମ୍ ପ୍ରଦାନ କରି ଆତ୍ମନିଯୁକ୍ତି କରାଇଥାନ୍ତି । ରାଜ୍ୟର ଯୁବକ ଏବଂ ଯୁବତୀଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଦ୍ୱାରା ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ୨୦୧୧-୧୨ରୁ ପ୍ରଚଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ସିଏମ୍‌ଇଜିପିର ଏକ ଅଂଶ ବିଶେଷ । ଏହି ତାଲିମ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାଙ୍କ ସହ ସରକାରୀ ଓ ବେସରକାରୀ ସହଭାଗୀଦାରୀ(ପିପିପି)ରେ କରାଯାଇଛି ।
୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୯,୯୫୩ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୧୯,୨୯୫ ଜଣଙ୍କୁ କେବଳ ନିଯୁକ୍ତି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଦ୍ୟାବଧି ୮୫,୫୪,୪୬,୨୫୯ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ ଲାଗି କେନ୍ଦ୍ର ସରକାର ୨୦୧୫-୧୬ ଏବଂ ୨୦୧୬-୧୭ ଆର୍ôଥକ ବର୍ଷରେ କୌଣସି ଆର୍ôଥକ ଅନୁଦାନ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କୁ ଦେଇନାହାନ୍ତି । ଏଥିପାଇଁ ତାଲିମ ପ୍ରଦାନରେ ନାନା ସମସ୍ୟା ଉପୁଜିଥିଲା । ବାରମ୍ବାର ଦାବି ପରେ ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା’ (ପିଏମ୍‌କେଭିୱାଇ-୨.୦ ସିଏସ୍‌ଏସ୍‌ଏମ୍‌) ଅଧିନରେ ଓଡ଼ିିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କୁ ଦୁଇ ବର୍ଷରେ ମୋଟ୍‌୨୭,୭୧,୪୯,୧୮୪ ଟଙ୍କା ମିଳିଥିଲା । ଅର୍ଥାତ କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ୫,୮୨,୦୧,୦୦୦ ଟଙ୍କା ଏବଂ ୨୦୧୮-୧୯ ଆର୍ôଥକ ବର୍ଷରେ ୨୧,୦୮,୪୮,୧୮୪ ଟଙ୍କା ଦେଇଛନ୍ତି । କିନ୍ତୁ ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨,୦୭୦ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ସୁଯୋଗ ଦିଆଯାଇଛି । ହେଲେ ତାଲିମ ବାବଦରେ ବ୍ୟୟ ହୋଇଛି ୪,୯୨,୧୭,୫୯୮ ଟଙ୍କା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ପରିସଂଖ୍ୟାନକୁ ଦେଖିଲେ ଖର୍ଚ୍ଚ ଓ ନିଯୁକ୍ତି ମଧ୍ୟରେ ଆକାଶପାତାଲ ଫରକ । ଦକ୍ଷତା ବିକାଶ ତାଲିମ ପାଇଁ ଯେଉଁ ପରିମାଣର ଅର୍ଥ ବ୍ୟୟ ହୋଇଛି ସେହିପରିମାଣରେ ନିଯୁକ୍ତି ଦେବା ସମ୍ଭବ ହୋଇନି । ଏଥିପାଇଁ ମନୁଷ୍ୟଗତ ପରିଚାଳନାଗତ ତ୍ରୁଟିକୁ କେବଳ ଦାୟୀ କରିହେବ ନାହିଁ । ପ୍ରାକୃତିକ ସମସ୍ୟା ବି ଅନେକାଂଶରେ ଦାୟୀ । କାରଣ ବିଗତ ଦୁଇ ବର୍ଷ ଧରି ବ୍ୟାପିଥିବା କୋଭିଡ୍ ସଂକ୍ରମଣ ପାଇଁ ଓଡ଼ିଶାରେ ପ୍ରାୟ ଅଧିକାଂଶ ବୃହତ୍ତ ଓ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଆର୍ଥିକ ଦିଗରୁ ରୁଗ୍‌ଣ ହୋଇଛନ୍ତି । ସେଥିପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି । ହୁଏତ ଏଥିପାଇଁ ଦକ୍ଷତା ବିକାଶ ଅଧାବାଟରେ ରହିଯାଇଛି । ତେଣୁ ରାଜ୍ୟ ସରକାର ଏବେ ଦୀର୍ଘମିଆଦୀ କଥା ଚିନ୍ତା କରିବା ଦରକାର । ମହାମାରୀ କୋଭିଡ୍ ସ୍ଥିତିର ସୁଧାର ଆସିଥିବାରୁ ଏହାକୁ ଲକ୍ଷ୍ୟ କରି ତାଲିମ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ନହେଲେ ଅଧୁରା ରହିଯାଇପାରେ ସ୍ୱାବଲମ୍ବୀ ଓଡ଼ିଶାର ସ୍ୱପ୍ନ ବୋଲି ସଚେତକ ମହଲରେ ଆଶଙ୍କା ପ୍ରକାଶ ପାଇଛି

Related Articles

Leave a Reply

Your email address will not be published.

Back to top button